Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌ରେ ହେଲା ବଡ଼ କ୍ଷତି, ଆଇସିସିକୁ ମାଗିଲେ ୮୩୦ କୋଟି

ଓଏଲ୍‌ ବ୍ୟୁରୋ: ସରିଛି ଟି-୨୦ ବିଶ୍ବକପ୍। ଦ୍ବିତୀୟ ଥର ପାଇଁ ଟି-୨୦ରେ ବିଶ୍ବ ଚମ୍ପିଆନ ହୋଇଛି ଟିମ୍‌ ଇଣ୍ଡିଆ। ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ହୋଇଥିବା ବିଶ୍ବକପ୍‌ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କ ମନରେ ଭରି ଦେଇଥିଲା ଖୁସିର ମହକ। ଭାରତୀୟ ଦଳ ଉପରେ ଟଙ୍କା ବର୍ଷା ହୋଇଥିବା ବେଳେ ଆଉ କାହାକୁ କିଛି ଲାଭ ବି ମିଳିନାହିଁ। ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସାମ୍ନାକୁ ଏକ ଅପିଲ୍‌ ଆସିଛି, ଯେଉଁଥିରେ ୧୦୦ ମିଲିୟନ ଡଲାର ଅର୍ଥାତ୍‌ ୮୩୦ କୋଟ ଟଙ୍କା କ୍ଷତି କଥା ଉଲ୍ଲେଖ ରହିଛି।

ଜୁନ୍‌ ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ବକପ୍‌ ଖେଳା ଯାଇଥିଲା। ଗ୍ରୁପ୍‌ ଷ୍ଟେଜର କିଛି ମୁକାବିଲା ସମେତ ସୁପର-୮, ସେମିଫାଇନାଲ ଓ ଫାଇନାଲ କାରିବିଆନରେ ଖେଳା ଯାଇଥିଲା। ଆମେରିକାରେ ପ୍ରଥମଥର ପାଇଁ ବିଶ୍ବକପ୍‌ ଆୟୋଜିତ ହୋଇଥିଲା।ପ୍ରଥମଥର ପାଇଁ ନ୍ୟୁୟର୍କରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯାଇଥିଲା। ସେହି ପଡ଼ିଆରେ ଖେଳାଯାଇଥିବା ମ୍ୟାଚର ଫଳାଫଳ ସମସ୍ତେ ଜାଣିଛନ୍ତି। ଅନ୍ୟମ୍ୟାଚ୍‌ ଗୁଡ଼ିକ ମଧ୍ୟ ଆଶା ମୁତାବକ ଫଳାଫଳ ମିିଳିନଥିଲା। ଯେଉଁ କାରଣରୁ ଟୁର୍ଣ୍ଣାମେଣ୍ଟର ବ୍ରଡକାଷ୍ଟର ଡିଜନି ଷ୍ଟାର ଆଇସିସିକୁ ୮୩୦ କୋଟି ଟଙ୍କାର ରିହାତି ଦାବି କରିଛି।

କ୍ରିକବଜରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ଡିଜନି ଷ୍ଟାର ଆଇସିସିକୁ ଦୁଇଟି ଅଲଗା ଅଲଗା ମେଲ, ଚିଠି କରିଥିଲା। ଯେଉଁଥିରେ ଟି-୨୦ ବିଶ୍ବକପ୍‌ରେ ଖେଳାଯାଇଥିବା ମ୍ୟାଚ୍‌ ଗୁଡ଼ିକରେ ହୋଇଥିବା କ୍ଷତି ପାଇଁ ବ୍ରଡକାଷ୍ଟିଙ୍ଗ ଚୁକ୍ତିରେ ୧୦୦ ମିଲିୟନ ବା ୮୩୦ କୋଟି ଟଙ୍କା ରିହାତି ପାଇଁ ଉଲ୍ଲେଖ ରହିଛି।

ବିଗତ ବର୍ଷ ଆଇସିସି ବ୍ରଡକାଷ୍ଟିଙ୍ଗ ରାଇଟସ୍‌ ବିକ୍ରି କରିଥିଲା। ଯାହାକୁ ଡିଜନି ଷ୍ଟାର ୩ ବିଲିୟନ ଡଲାର ବା ପାଖାପାଖୀ ୨୫ ହଜାର କୋଟିରେ କିଣିଥିଲା। ଏହି ଡିଲର ଆରମ୍ଭ ଟି-୨୦ ବିଶ୍ବକପ୍‌ରୁ ଆରମ୍ଭ ହୋଇଥିଲା। ନିଜ ଦଲିଲରେ ଡିଜନି ଷ୍ଟାର ଭାରତ-ପାକିସ୍ତାନ ମ୍ୟାଚ୍‌ ସମେତ କିଛି ମ୍ୟାଚ ଆଶା ମୁତାବକ ଦମଦାର ବେପାର ହୋଇ ନଥିଲା। କ୍ଷତି ସହିଥିବାରୁ ଆଇସିସିକୁ ଚିଠି ଲେଖିଛି ଡିଜନି ଷ୍ଟାର।

Leave A Reply

Your email address will not be published.