ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ: ପ୍ରତ୍ୟାହାର ପରେ ନୂଆ ତାଲିକା ଘୋଷଣା କଲା ବିଜେପି
ଓଏଲ୍ ବ୍ୟୁରୋ: ଜମ୍ମୁକଶ୍ମୀର ବିଧାନସଭାକୁ ନେଇ ଜାତୀୟ ରାଜନୀତି ଚର୍ଚ୍ଚାରେ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦ୍ବନ୍ଦରେ ଭାରତୀୟ ଜନତା ପାର୍ଟି। ବିଜେପି ଆଜି ସକାଳେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା। ବିଜେପିର ଏହି ତାଲିକାରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରହିଥିଲା। ହେଲେ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଏକ ଘଣ୍ଟା ପରେ ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାହାର କରି ନେଇଥିଲା ବିଜେପି। ପ୍ରଥମେ ପ୍ରାର୍ଥୀ ତାଲିକା ପ୍ରକାଶ କରି ପ୍ରତ୍ୟାହାର କରିନେବା ପରେ ଏବେ ପୁଣି ଥରେ ନୂଆ ତାଲିକା ପ୍ରକାଶ କରିଛି। ନୂଆ ତାଲିକାରେ କଣ୍ଟଛାଣ୍ଟ କରି କେବଳ ୧୫ ଜଣଙ୍କୁ ଟିକେଟ୍ ଦେଇଛି ବିଜେପି।
ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ହେବାକୁ ଯାଉଛି ମତଦାନ। ପାଖେଇ ଆସିଲାଣି ନିର୍ବାଚନ। ନିର୍ବାଚନ ବୈତରଣୀ ପାର କରିବା ପାଇଁ ସବୁଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଏହାରି ଭିତରେ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ଏହି ତାଲିକାରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରହିଥିଲା। ହେଲେ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଏକ ଘଣ୍ଟା ପରେ ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାହାର କରି ନେଇଥିଲା। ଖୁବଶୀଘ୍ର ନୂଆ ତାଲିକା ପ୍ରକାଶ ପାଇବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା।
ତେବେ ପୂର୍ବରୁ ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ଦଳ। ନୂଆ ତାଲିକାରେ ଏବେ ୨୯ ଜଣ ବାଦ୍ ପଡିଛନ୍ତି। ପୁଣି ଥରେ ତାଲିକା ପ୍ରକାଶ କରି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି। କେବଳ ୧୫ ଜଣଙ୍କ ନାମ ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ।