ଭିଜିଲାନ୍ସ ପଞ୍ଝାରେ ମାଳମାଳ ସରକାରୀ ବାବୁ, ଚର୍ଚ୍ଚା ବଢ଼ାଇଲା ଏସ୍ଆଇଟି ଉପାଧ୍ୟକ୍ଷଙ୍କ ବୟାନ
ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ବୟାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ଧରା ପଡୁଥିବା ଅଫିସରଙ୍କ ସଂପତ୍ତି କଳାଧନ ତଦନ୍ତ ପରିସରଭୁକ୍ତ। ଭିଜିଲାନ୍ସ, ଇଡି ବା ଆଇଟିରେ ଧରାପଡୁଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ। ଆଇନ ଅନୁସାରେ ଯାହା ବ୍ୟବସ୍ଥା ଅଛି, ସେହି ଅନୁସାରେ ତଦନ୍ତ ହେବ ବୋଲି ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି।