ପୁଣି ଚର୍ଚ୍ଚାରେ କଙ୍ଗନା ରଣାଓ୍ବତ, କୃଷି ଆନ୍ଦୋଳନକୁ ନେଇ କହିଲେ ଏମିତି….

ଓଏଲ୍ ବ୍ୟୁରୋ: ମଣ୍ଡି ସାଂସଦ ତଥା ବଲିଉଡ କୁଇନ କଙ୍ଗନା ରାଣାଓ୍ବତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ବୟାନ ପରେ ସେ ପୁଣି ଚର୍ଚ୍ଚାର ବିଷୟ ହୋଇଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନା ରାଣାଓ୍ବତ କହିଛନ୍ତି, ଯାହା ବାଂଲାଦେଶରେ ଘଟିଛି, ତାହା ଏଠାରେ ଘଟିବା ପାଇଁ ଡେରି ହୋଇନଥାନ୍ତା ଯଦି ଆମ ଦେଶର ନେତୃତ୍ୱ ସଶକ୍ତ ହୋଇନଥାନ୍ତା। ଯେଉଁ କୃଷି ଆନ୍ଦୋଳନ ହେଲା, ସେଠାରେ ଲୋକଙ୍କ ଶବ ଝୁଲୁଥିଲା, ଦୁଷ୍କର୍ମ ମଧ୍ୟ ହୋଇଥିଲା। ଯେତେବେଳେ କୃଷିହିତ ବିଲ ଫେରାଇ ନିଆଯାଇଥିଲା, ପୁରା ଦେଶ ଚମକି ଉଠିଥିଲା।
ସେମାନେ କେବେ ଚିନ୍ତା ବି କରିନଥିଲେ ଏ ବିଲ ପ୍ରତ୍ୟାହାର ହେବ, ଆଜି ବି ସେମାନେ ସେଇଠି ବସିଛନ୍ତି। ସେମାନେ କେବେ ଚିନ୍ତା ବି କରିନଥିଲେ ଏ ବିଲ ପ୍ରତ୍ୟାହାର ହେବ। ଏହା ଏକ ବଡ଼ ଷଡଯନ୍ତ୍ର ଥିଲା, ଯେମିତି ବାଂଲାଦେଶରେ ଘଟିଲା। ଏଭଳି ଷଡଯନ୍ତ୍ର କ’ଣ ଚାଷୀ କରିଥିବ? ବରଂ ଏହି ଷଡଯନ୍ତ୍ରରେ ଚାଇନା, ଆମେରିକା ଭଳି ଶକ୍ତି କାମ କରୁଛନ୍ତି। ଏଭଳି କାମ ଏଠି ବିଦେଶୀ ଶକ୍ତିମାନେ ହିଁ କରୁଛନ୍ତି। ଏମାନେ ଫିଲ୍ମି ଲୋକ, ସେମାନେ ଭାବୁଛନ୍ତି ତାଙ୍କର ଏ ବେପାର ଏଠି ଚାଲିଥିବ। ଦେଶ ପଛରେ ତଳିତଳାନ୍ତ ହେଉଯାଉ ତାଙ୍କୁ କିଛି ଫରକ ପଡେନାହିଁ। ଦେଶ ଯଦି ତଳିତଳାନ୍ତ ହେବ ତେବେ ଷଡଯନ୍ତ୍ରକାରି ମଧ୍ୟ ତଳିତଳାନ୍ତ ହେବେ ବୋଲି କଙ୍ଗନା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ଏମାନଙ୍କ ଯେତିକି ବୁଦ୍ଧି, ସେତିକି କାର୍ଯ୍ୟ ଏମାନେ କରିବେ ବୋଲି ମଣ୍ଡି ସାଂସଦ ତଥା ବଲିଉଡ କୁଇନ କଙ୍ଗନା ରାଣାଓ୍ବତ କହିଛନ୍ତି।