ଜାରି ହେଲା ସୁଭଦ୍ରା ଯୋଜନା ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା..
ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବେ ସେମାନେ ବିଜ୍ଞପ୍ତି ଅନୁସାରେ ଆବେଦନ କରିପାରିବେ । ଶିଶୁ ଓ ମହିଳା ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଗାଇଡଲାଇନ ପ୍ରକାଶ କରାଯାଇଛି। ଏହା ସହ ସୁଭଦ୍ରା ଯୋଜନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟିର ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ, ଉପାଧ୍ୟକ୍ଷ ଉନ୍ନୟନ କମିଶନର ରହିଛନ୍ତି। ଏହା ସମେତ ଏହି କମିଟିରେ ୧୨ ସଦସ୍ୟ ଏବଂ ଜଣେ ଉପସଦସ୍ୟ ରହିବେ।
ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା..
୧. ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ମହିଳା ଓଡ଼ିଶାର ବାସିନ୍ଦା ହୋଇଥିବେ।
୨. ଆବେଦନ କରିବାକୁ ଇଚ୍ଛୁକ ଥିବା ମହିଳାଙ୍କ ବୟସ ୨୧ରୁ ୬୦ ମଧ୍ୟରେ ହୋଇଥିବ ।
୩. ବୟସ ୧ ଜୁଲାଇ ୨୦୨୪ରେ ୨୧ ବର୍ଷ ହୋଇଥିବା ଆବଶ୍ୟକ।
୪. ଆଧାରକାର୍ଡ଼ରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ।