କାହାକୁ ମିଳିବନି ସୁଭଦ୍ରା ଯୋଜନାର ସୁବିଧା, ଜାଣନ୍ତୁ….
ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ପାଇଁ ବଡ଼ ଖବର। ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବେ ସେମାନେ ବିଜ୍ଞପ୍ତି ଅନୁସାରେ ଆବେଦନ କରିପାରିବେ। ଶିଶୁ ଓ ମହିଳା ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଗାଇଡଲାଇନ ପ୍ରକାଶ କରାଯାଇଛି। ଏହା ସହ ସୁଭଦ୍ରା ଯୋଜନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟିର ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ, ଉପାଧ୍ୟକ୍ଷ ଉନ୍ନୟନ କମିଶନର ରହିଛନ୍ତି। ଏହା ସମେତ ଏହି କମିଟିରେ ୧୨ ସଦସ୍ୟ ଏବଂ ଜଣେ ଉପସଦସ୍ୟ ରହିବେ।
ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା..
୧. ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ମହିଳା ଓଡ଼ିଶାର ବାସିନ୍ଦା ହୋଇଥିବେ।
୨. ଆବେଦନ କରିବାକୁ ଇଚ୍ଛୁକ ଥିବା ମହିଳାଙ୍କ ବୟସ ୨୧ରୁ ୬୦ ମଧ୍ୟରେ ହୋଇଥିବ ।
୩. ବୟସ ୧ ଜୁଲାଇ ୨୦୨୪ରେ ୨୧ ବର୍ଷ ହୋଇଥିବା ଆବଶ୍ୟକ।
୪. ଆଧାରକାର୍ଡ଼ରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ।
କାହାକୁ ମିଳିବନି ସୁଭଦ୍ରା ଟଙ୍କା..
୧ ଜୁଲାଇ ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ୍ ହୋଇଥିଲେ ଅଯୋଗ୍ୟ ହେବେ ଆବେଦନକାରୀ।
୬୦ ବର୍ଷରୁ ଅଧିକ କୌଣସି ମହିଳା ୨୦୨୪-୨୫ ପାଇଁ ଯୋଗ୍ୟ ହେବେନି।
ସରକାରଙ୍କ ଯୋଜନାରୁ ମାସକୁ ୧୫୦୦ ବା ଅଧିକ ପାଉଥିଲେ ଅଯୋଗ୍ୟ।
ପେନସନ, ଛାତ୍ରବୃତ୍ତି ସହାୟତା ଗ୍ରହଣ କରୁଥିଲେ ଅଯୋଗ୍ୟ ହେବେ ଆବେଦନକାରୀ।