Odisha Link
Bridging the Missing Links in Odisha

ଗୃହରେ ଅଚଳାବସ୍ଥା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଷଷ୍ଠ ଦିବସ। ଦୁଇ ଦିନ ବିରତି ପରେ ଆରମ୍ଭ ହେଲା ବିଧାନସଭା ଅଧିବେଶନ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ନାରାବାଜି କରିଛନ୍ତି। ଜାତି ଭିତ୍ତିକ ଗଣନା ଦାବି କଲେ ବିରୋଧୀ। କଂଗ୍ରେସ ଓ ବିଜେଡି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଛି। ବିଧାନସଭାରେ ବିରୋଧୀଙ୍କ ହଂଗାମା କାରଣରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଥିଲା। ପରେ ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିପାଇଁ ଦିନ ୧୨ଟା ୩୦ ମିନିଟ ଯାଏ ଗୃହ ମୁଲତବୀ ରଖାଯାଇଛି।

Leave A Reply

Your email address will not be published.