କେବେ ଭାଙ୍ଗିବ ଭୁବନେଶ୍ୱରର ବେଆଇନ ଆପାର୍ଟମେଣ୍ଟ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ ଗଢିଉଠିବା ବେଆଇନ ଆପାର୍ଟମେଣ୍ଟ/କୋଠାବାଡିକୁ ନେଇ ବିଧାୟକ ରଣେନ୍ଦ୍ର ସ୍ୱାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ବେଆଇନ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ ଭଙ୍ଗାଯିବ। ଏହା ବିରୁଦ୍ଧରେ ୪୯୨ଟି ମାମଲା ରୁଜୁ ହୋଇଥିବାବେଳେ ତନ୍ମଧ୍ୟରୁ ୧୯୧ଟି ମାମଲାର ଭୂମିଶାତ ପାଇଁ ଆଦେଶ ହୋଇଛି। ୬୩ଟି ମାମଲା ଖାରଜ ହୋଇଛି। ୨୩୭ଟି ମାମଲା ବିଚାରାଧୀନ ଅଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବେଆଇନ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ ନିର୍ମାଣ ବିରୁଦ୍ଧରେ ୧୪୪୪ଟି ମାମଲା ରୁଜୁ ହୋଇଥିବାବେଳେ ତନ୍ମଧ୍ୟରୁ ୪୫୧ଟି ମାମଲାର ଫଇସଲା ହୋଇ ସାରିଛି। ୯୯୩ଟି ମାମଲା ବିଚାରାଧୀନ ଅଛି। ଆଇନ ଉଲ୍ଲଘଂନ କରୁଥିବା ବ୍ୟକ୍ତି ମାନଙ୍କ ବିରୁଧରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।