ପିପିଲିରେ ବାର୍ଡ ଫ୍ଲୁ ଭୟ, ଗଲାଣି ୧୦ ହଜାରରୁ ଅଧିକ କୁକୁଡ଼ାଙ୍କ ଜୀବନ
ଓଏଲ୍ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟି ଥିଲା ବେଳେ ଗତକାଲି ସୁଦ୍ଧା ୫ ଗୋଟି ଫାର୍ମରୁ ଏଗାର ହଜାର ୬୩୭ଟି କୁକୁଡ଼ା ମରା ଗଲାଣି। କୁକୁଡ଼ା ମାରିବା ପରେ ଫାର୍ମ ଗୁଡ଼ିକ ସଫା କରି ସାନିଟାଇଜ କରାଯାଉଛି। ଚିହ୍ନଟ ୫୪ ଗୋଟି ଫାର୍ମରୁ ଏବେ ସୁଦ୍ଧା ୫ଟି ଫାର୍ମରେ କୁକୁଡ଼ା ମରା ଯାଇଥିବା ବେଳେ ଆଉ ମାତ୍ର ହାତ ଗଣତି ଫାର୍ମକୁ ଛାଡି ଦେଲେ ଫାର୍ମ ଖାଲି ପଡିଛି। ଖାଲି ପଡିଥିବା ଫାର୍ମ ଗୁଡିକ ସାନିଟାଇଜ କରାଯାଉଛି।
ଵିଶେଷ କରି ଚିହ୍ନଟ ହୋଇଥିବା ୫୪ଟି ଫାର୍ମକୁ ବାଦ ଦେଲେ ପିପିଲିରେ ଆଉ ଶହେରୁ ଉର୍ଦ୍ଧ୍ବ ଫାର୍ମ ରହିଛି। ଯେଉଁ ଫାର୍ମ ଗୁଡ଼ିକରେ ଦୈନିକ ଶହ ଶହ କୁକୁଡା ମରୁଛନ୍ତି। ଏହାଛଡା ପିପିଲିରେ ବାର୍ଡ ଫ୍ଲୁ ଘୋଷଣା ପରେ ଫାର୍ମରେ ଥିବା କୁକୁଡ଼ାକୁ ମାଗଣାରେ ମଧ୍ୟ କେହି ନେଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି। ଉକ୍ତ ଫାର୍ମ ଗୁଡିକ ଚିହ୍ନଟ କରି କୁକୁଡ଼ା ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବା ନେଇ ଚାଷୀ ମାନେ ଦାବି କରିଛନ୍ତି।