କେ.କବିତାଙ୍କୁ ସୁପ୍ରିମ୍ ଆଶ୍ବସ୍ତି, ମଦ ଦୁର୍ନୀତି ମାମଲାରେ ମିଳିଲା ଜାମିନ
ଓଏଲ୍ ବ୍ୟୁରୋ: ବିଆରସ ନେତ୍ରୀ କେ. କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି। ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ କେ. କବିତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୧୦ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ବିଆରସ ନେତ୍ରୀ କେ. କବିତା।
ସୂଚନା ଥାଉକି, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ଓ କେ କବିତା ଗିରଫ ହୋଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। କିନ୍ତୁ ତଦନ୍ତକାରୀ ସଂସ୍ଥାର ଏହି କାର୍ଯ୍ୟାନୁଷ୍ଠାନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା କେଜ୍ରିୱାଲ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟରୁ କେ. କବିତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୧୦ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି।