Odisha Link
Bridging the Missing Links in Odisha

ସୁନ୍ଦରଗଡ଼ରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ, ୩ ହଜାର ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭୦ ହଜାର ଟେଷ୍ଟିଂ ହୋଇଥିବାବେଳେ ୨୭୫୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କେବଳ ସୁନ୍ଦରଗଡ଼ରୁ ୮୬୫ ଓ ଖୋର୍ଦ୍ଧାରୁ ୮୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଭୁବନେଶ୍ବରରୁ ୫୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକ, ବଲାଙ୍ଗିର ଓ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି। ଦିଲ୍ଲୀରୁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବିଭାଗ ଟିମ୍ ଭିଜିଟ୍ କରିଛନ୍ତି। ସ୍ତିତି ଦେଖି ଟେଷ୍ଟିଂ ବଢ଼ିଛି। ତେବେ ଡେଙ୍ଗୁକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.