Odisha Link
Bridging the Missing Links in Odisha

ଜୟ ଶାହ ହେଲେ ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ, ଭାରତ ହାତରେ କ୍ରିକେଟର ବଡ଼ ସଂସ୍ଥା

ଓଏଲ୍‌ ବ୍ୟୁରୋ: ଆଇସିସିର ଅଧକ୍ଷ୍ୟ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ସ୍ପଷ୍ଟ। ହୋଇଛି। ଜୟ ଶାହ ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର ସବୁଠାରୁ ବଡ଼ ସଂସ୍ଥାର ମୁଖ୍ୟ ହୋଇଛନ୍ତି।

ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ଆଇସିସି ଅଧ୍ୟକ୍ଷ ହେବାକୁ ସେ ନିଜ ଆଡ଼ୁ ମନା କରି ଦେଇ ଥିବାରୁ ଜୟ ଶାହଙ୍କ ନାମ ଚର୍ଚ୍ଚାରେ ରହିଥିଲା। ସେପଟେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଜୟ ଶାହଙ୍କୁ ସମର୍ଥନ ଜଣାଇଥିଲେ। ଆଜି ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଡିସେମ୍ବର ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାପରେ ଜୟ ଶାହ ଏହି ପଦକ ସମ୍ଭାଳିବେ।

ନୂଆ ଦାୟିତ୍ୱ ପାଇଁ ନିର୍ବାଚିତ ହୋଇଥିବାରୁ ଶ୍ରୀ ଶାହ ଆଇସିସିକୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଆଇସିସିର ସମସ୍ତ ସଦସ୍ୟଙ୍କୁ ସାଙ୍ଗରେ ନେଇ କ୍ରିକେଟକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ ବୋଲି କହିଛନ୍ତି। ଶାହ ୫ମ ଭାରତୀୟ ଭାବେ ଏହି ପଦରେ ଅଳଙ୍କୃତ କରିଛନ୍ତି। ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ମୁଖ୍ୟ ପଦରେ ରହିଥିଲେ।

Leave A Reply

Your email address will not be published.