ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ? ଜାଣନ୍ତୁ କାହିଁକି ଏମିତି କହିଲେ ବିଜେଡି ବିଧାୟକ…
ଓଏଲ୍ ବ୍ୟୁରୋ: ଦୁଇ ଦିନ ବିରତି ପରେ ଆରମ୍ଭ ହେଲା ବିଧାନସଭା ଅଧିବେଶନ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ଏସସି, ଏସଟି ଓ ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ଦାବିରେ ଆଜି ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ଏହା ପରେ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ସେ କହିଛନ୍ତି, ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର କରିଛି। ମେଡିକାଲ ସିଟ୍ ସଂରକ୍ଷଣ କଥା ଭାବନ୍ତୁ। ଏସସି, ଏସଟି ଓ ଓବିସି ପିଲାଙ୍କ କଥା ଟିକେ ଚିନ୍ତା କରନ୍ତୁ। ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ବିଜେଡି ଦାବି କରିଛି। ଏସସି/ଏସଟିଙ୍କୁ ୩୮.୭୫% ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂରେ ୨୦% ସଂରକ୍ଷଣ ହେଲେ ଓବିସି ଶୁନ ପ୍ରତିଶତ। ଓବିସି ପିଲାମାନଙ୍କୁ ୨୭% ନହେଲେଵି ୧୧.୨୫% ସଂରକ୍ଷଣ ଲାଗୁ କରନ୍ତୁ। ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ବୋଲି ସାମ୍ବାଦିକ ସମ୍ମିଳନୀ କରି ଅରୁଣ ସାହୁ କହିଛନ୍ତି। ଏହା ସହ ବିଜେପି ସଂରକ୍ଷଣ ପାଇଁ କିଛି କରୁନଥିବା ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।