ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୮ରେ ମା’ ସମଲେଶ୍ଵରୀଙ୍କ ନୂଆଁଖାଇ ପର୍ବ
ଓଏଲ୍ ବ୍ୟୁରୋ: ଦୁଲୁକିବ ଗାଁ ଦାଣ୍ଡରୁ ସହରର ଗଳିକନ୍ଦି। ଏକ ହେବେ ପରିବାରର ସମସ୍ତ ସଦସ୍ୟ। କାରଣ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ଵାରା ଲଗ୍ନ ନିର୍ଦ୍ଧାରଣ ହୋଇଛି। ସକାଳ ୯ଟା ୧୨ରୁ ୯ଟା ୨୭ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହେବ। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ। ନବାନ୍ନ ଲାଗି ପରେ ଘରେ ଘରେ ନୂଆ ଖାଇବେ ଲୋକେ। ଏହା ପରେ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି।