କମୁଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା ୧୨ଟି ଗେଟ୍
ଓଏଲ୍ ବ୍ୟୁରୋ: କମିଲା ହୀରାକୁଦ ଜଳସ୍ତର। ପ୍ରବେଶ ଅପେକ୍ଷା ଅଧିକ ହେଉଛି ବନ୍ୟାଜଳ ନିଷ୍କାସନ। ଏବେ ମାତ୍ର ୨ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଡ୍ୟାମର ୧୨ଟି ଗେଟ୍ ବନ୍ଦ କରାଗଲା। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୫୪ ହଜାର ୫୧୧ ଘନଫୁଟ ଜଳ ନିଷ୍କାସିତ ହେଉଛି। ଜଳସ୍ତର କମିଥିବାରୁ ୧୨ଟି ଗେଟ୍ ବନ୍ଦ କରାଯାଇଛି।