‘ରାଜ୍ୟରେ ୧୫ ହଜାରରୁ ଅଧିକ ଶିଳ୍ପ ବନ୍ଦ, କଟକରେ ଅଚଳ ଅବସ୍ଥାରେ ରହିଛି ସର୍ବାଧିକ ଶିଳ୍ପ’
ଓଏଲ୍ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ଚାଲିଛି। ଏହି ଅବସରରେ ଶିଳ୍ପ ଭିତ୍ତିଭୂମି ନେଇ ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଛି। କଟକରେ ସର୍ବାଧିକ ଶିଳ୍ପ ବନ୍ଦ ରହିଛି।
କଟକରେ ସର୍ବାଧିକ ୨୪୦୨ ଓ ସୁନ୍ଦରଗଡ଼ରେ ୨୦୨୦ ଶିଳ୍ପ ବନ୍ଦ ରହିଛି। ଖୋର୍ଦ୍ଧାରେ ୧୫୦୪ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଥିବାବେଳେ ଉଦ୍ୟମ ପୋର୍ଟାଲରେ ୮ ଲକ୍ଷ ୬୦ ହଜାର ୬୪୯ ଅଣୁ ଶିଳ୍ପ ପଞ୍ଜୀକୃତ ହୋଇଛି । ୧୪,୫୦୩ କ୍ଷୁଦ୍ର, ୧୦୮୧ ମଧ୍ୟମ ଉଦ୍ୟୋଗ ଶିଳ୍ପ ପଞ୍ଜୀକୃତ ହୋଇଥିଲା। ସେଥିରୁ ବିଭିନ୍ନ କାରଣରୁ ୧୫ ହଜାର ୩୧୫ ଶିଳ୍ପ ବନ୍ଦ ରହିଥିବା ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିଛନ୍ତି।