ପଶ୍ଚିମ ଓଡ଼ିଶାକୁ ନୂଆଁଖାଇ ଭେଟି, ୨ଟି ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ଓଏଲ୍ ବ୍ୟୁରୋ: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଗତକାଲି ଲଗ୍ନ ଧାର୍ଯ୍ୟ ହୋଇଥିବାବେଳେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆଖାଇ ଭେଟି ଭାବେ ୨ଟି ରେଳ ପ୍ରକଳ୍ପ ଘୋଷଣା ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ଦେଇଛନ୍ତି। ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବାବେଳେ ୧୩୮ କିମିର ନୂଆ ରେଳ ଲାଇନ୍ ନିର୍ମାଣରେ ଖର୍ଚ୍ଚ ହେବ ୨,୯୬୨ କୋଟି ଟଙ୍କା। ସୁନ୍ଦରଗଡ଼ ସବ୍ଡେଗାରୁ ଛତିଶଗଡ଼ ଭାଲୁମୁଡ଼ା ଡବଲ୍ ଲାଇନକୁ ମଧ୍ୟ ମଞ୍ଜୁରୀ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏଥିପାଇଁ ୧୩୬୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।