ଖୁବ୍ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା, ୩ଟି କିସ୍ତିରେ ଟଙ୍କା ପାଇବେ ଚାଷୀ
ଓଏଲ୍ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ରହିଛି। ଏହି ଅବସରରେ ଶକ୍ତି ବିଭାଗର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ରାଜ୍ୟରେ ଖୁବ୍ଶୀଘ୍ର ସିଏମ୍ କିଷାନ ଯୋଜନା ଆରମ୍ଭ ହେବ।
ବିଧାନସଭାରେ କୃଷିମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ନୂଆ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରି ହେବ। ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍ ଚାଷୀଙ୍କୁ ସାମିଲ ବ୍ୟବସ୍ଥା କରାଯାଇଛି।