ଚନ୍ଦକାରେ କମିଲା ହାତୀ ସଂଖ୍ୟା, ପ୍ରଶିକ୍ଷଣ କେନ୍ଦ୍ରରେ ଆଖିବୁଜିଲା ‘ମାମା’

ଓଏଲ୍ ବ୍ୟୁରୋ: ଚନ୍ଦକା ଜଙ୍ଗଲରେ କମିଲା ହାତୀ ସଂଖ୍ୟା। ହଠାତ ଅସୁସ୍ଥ ହୋଇପଡିଥିବା ହାତୀର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ‘ମାମା’ର ମୃତ୍ୟୁ ହୋଇଛି। ୭ ବର୍ଷର ‘ମାମା’ର ମୃତ୍ୟୁ ନେଇ ଚନ୍ଦକା ଡିଏଫ୍ଓ ସୂଚନା ଦେଇଛନ୍ତି। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି କୁହାଯାଉଛି।୨୦୧୭ରେ ଗୋଠଛଡ଼ା ‘ମାମା’କୁ ପ୍ରଶିକ୍ଷଣ କେନ୍ଦ୍ର ଅଣାଯାଇଥିଲା।