ଗୃହ ମନ୍ତ୍ରଣାଳୟର ନିଷ୍ପତି: ଏଣିକି ମୋହନ ଭାଗବତଙ୍କୁ ମିଳିବ ମୋଦି-ଶାହଙ୍କ ଭଳି ସୁରକ୍ଷା
![](https://www.odishalink.com/wp-content/uploads/2024/08/mohan.jpg)
ଓଏଲ୍ ବ୍ୟୁରୋ: ଏଣିକି ମୋଦି-ଶାହାଙ୍କ ଭଳି ସୁରକ୍ଷା ପାଇବେ ମୋହନ ଭାଗବତ। କେନ୍ଦ୍ର ସରକାର ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାକୁ ଜେଡ୍ ପ୍ଲସ୍ରୁ ଏଏସ୍ଏଲ୍ (ଆଡଭାନ୍ସ ସିକ୍ୟୁରିଟି ଲାଏସନ୍)କୁ ବୃଦ୍ଧି କରିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଭଳି ସୁରକ୍ଷା ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି।
ସୂଚନାନୁସାରେ, ଆରଏସଏସ ମୁଖ୍ୟ ଭାଗବତଙ୍କ ସୁରକ୍ଷା ବୃଦ୍ଧି ନିଷ୍ପତ୍ତି କିଛି ଦିନ ପୂର୍ବରୁ ଚୂଡାନ୍ତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଏସଏଫ) ସହିତ ଜେଡ୍-ପ୍ଲସ ବର୍ଗର ସୁରକ୍ଷା ପାଇଥିଲେ। ଗୃହ ମନ୍ତ୍ରଣାଳୟ ଭାଗବତଙ୍କ କେତେକ ରାଜ୍ୟରେ ନିରାପତ୍ତାକୁ ଲକ୍ଷ୍ୟ କରିଥିଲା, ଏହା ପରେ ନୂତନ ସୁରକ୍ଷା ପ୍ରୋଟୋକଲ ପ୍ରସ୍ତୁତ କରାଯାଇଥିଲା। ତାଙ୍କ ସୁରକ୍ଷା କଡ଼ା କରାଯାଇଥିଲା। ବର୍ତ୍ତମାନ ନୂତନ ସୁରକ୍ଷା ପରେ ମୋହନ ଭାଗବତ ପରିଦର୍ଶନ କରୁଥିବା ସ୍ଥାନରେ ସିଏସଏଫ ଟିମ ଉପସ୍ଥିତ ରହିବେ।