Odisha Link
Bridging the Missing Links in Odisha

ନକଲି ଆୟୁର୍ବେଦିକ ଡାକ୍ତର ଗିରଫ, ବାଇକରେ ବୁଲି ବୁଲି ବିକୁଥିଲା ଔଷଧ

ଓଏଲ୍‌ ବ୍ୟୁରୋ: ପାଠ ପଢ଼ିଛନ୍ତି କମ, କିନ୍ତୁ ନିଜକୁ କହୁଥିଲେ ଅଭିଜ୍ଞ ଡାକ୍ତର। ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ହେଲେ ମିଛ କିନ୍ତୁ ସବୁଦିନେ ଲୁଚି ରହିପାରେନା। ଜଣେ ରୋଗୀଙ୍କୁ ଦେଖି ଦେଇଥିଲେ ମେଡ଼ିସିନ୍‌। ତାକୁ ଖାଇ ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ଧରାଛୁଆଁ ଦେଇନଥିଲା ନକଲି ଆୟୁର୍ବେଦିକ ଡାକ୍ତର। ପରେ ତାଙ୍କର ଅଭିଯୋଗ ଆଧାରରେ ଏହି ନକଲି ଡାକ୍ତରଙ୍କୁ ବାନ୍ଧିଥିଲା ପୁଲିସ। ଗିରଫ ଅଭିଯୁକ୍ତ ଢେଙ୍କାନାଳର ଅଜିତ କାଣ୍ଡି। ବାଇକରେ ବୁଲି ବୁଲି ଲୋକଙ୍କୁ ମେଡିସିନି ବିକୁଥିଲା। କ୍ୟାନ୍ସର ଭଳି ରୋଗ ନାଁରେ ମେଡିସିନି ବିକୁଥିଲା। ମେଡିସିନି ଦେଇ ଜଣଙ୍କଠାରୁ ଦେଢ଼ ଲକ୍ଷ ଠକିଥିଲା। ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ହୋଇଛି। ଆୟୁର୍ବେଦିକ ମେଡିସିନି ନାଁରେ ଭିଟାମିନ ମେଡିସିନ ବିକୁଥିଲା।

Leave A Reply

Your email address will not be published.