Odisha Link
Bridging the Missing Links in Odisha

ଏସ୍‌ଆଇଟି ବୈଠକ ପରେ ଜଷ୍ଟିସ ପଶାୟତଙ୍କ ବଡ଼ ମନ୍ତବ୍ୟ, କହିଲେ….

ଓଏଲ୍‌ ବ୍ୟୁରୋ: ତିନି ଦିନିଆ ଓଡିଶା ଗସ୍ତରେ ଆସି ଭବନେଶ୍ୱରରେ ପହଂଚିଥିଲେ ଏସ୍ଆଇଟି ଉପାଧ୍ୟକ୍ଷ ଡକ୍ଟର ଅରିଜିତ ପଶାୟତ। ଭୁବନେଶ୍ୱର ଗସ୍ତରେ ଆସି ଆଜି ଦିନ ୧୧ଟା ବେଳେ ଏସଆଇଟିର ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ଯୋଗଦେବା ପରେ ଜଷ୍ଟିସ ଅରିଜିତ ପଶାୟତ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ଦୁର୍ନୀତି ହେଉଥିବା ଜାଣିଲେ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି, ରୋକ୍‌ ଲଗାଇବା ଜରୁରୀ। ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ। ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ ବୋଲି କହିବା ସହ ଅନ୍‌ଲାଇନ୍‌ ଜୁଆ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ପଶାୟତ।

Leave A Reply

Your email address will not be published.