Odisha Link
Bridging the Missing Links in Odisha

ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ: ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବାରଣ

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ରହିଛି। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। ଗୃହ କାର୍ଯ୍ୟ ଚାଲିଥିବାବେଳେ ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାକୁ ମୋବାଇଲ ଫୋନ ଓ ପାଣି ବୋତଲ ବାରଣ କରାଯାଇଛି। ଗୃହ ଭିତରେ ବିଧାୟକଙ୍କ ଫଟୋ ଉଠାଇବା ପରେ ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.