Odisha Link
Bridging the Missing Links in Odisha

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରାଷ୍ଟ୍ରପତି, କ’ଣ କହିଲେ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତାତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ରେ ମହା ବିକ୍ଷୋଭ କରିଥିଲା ଛାତ୍ର ସମାଜ। ଆଜି ବିଜେପି କୋଲକାତାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ଏସବୁ ମଧ୍ୟରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନ୍ୟୁଜ ଏଜେନ୍ସି ପିଟିଆଇକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ଘଟଣା ପାଇଁ ଦୁଃଖିତ ଓ ଭୟଭୀତ।

ରାଷ୍ଟ୍ରପତି କହିଛନ୍ତି, ଏବେ ବହୁତ ହୋଇଗଲା। କୌଣସି ସଭ୍ୟ ସମାଜ ନିଜର ଝିଅ ଓ ଭଉଣୀଙ୍କ ଉପରେ ଏଭଳି ଅତ୍ୟାଚାର କରିବାକୁ ଅନୁମତି କେବେ ଦିଏ ନାହିଁ। ଗୋଟିଏ ପଟେ ଛାତ୍ର, ଡାକ୍ତର ଓ ଜନତା କୋଲକାତାରେ ବିରୋଧ ପ୍ରଦର୍ଶନ କରୁଥିଲେ। ଅନ୍ୟପଟେ ଅପରାଧୀ ସକ୍ରିୟ ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାକ୍ଷାତକାରରେ କହିଛନ୍ତି, ବର୍ତ୍ତମାନ ସମୟରେ ସମାଜକୁ ସଚ୍ଚୋଟତା, ନିରପେକ୍ଷତା ଓ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। ଜନତା ନିଜକୁ ନିଜେ କଠିନ ପ୍ରଶ୍ନ ପଚାରିବାର ଉଚିତ। ଅନେକ ସମୟରେ ଘୃଣ ମାନସିକତାର ଲୋକ ମହିଳାଙ୍କୁ ନିଜଠୁ କମ୍‌ ବୋଲି ଭାବନ୍ତି। ଘୃଣ ମାନସିକତାର ଲୋକ ମହିଳାଙ୍କୁ କମ୍‌ ଶକ୍ତିଶାଳୀ, କମ ସକ୍ଷମ, କମ ବୁଦ୍ଧିମାନ ନଜରରେ ଦେଖିଥାନ୍ତି।

ସେ ଆହୁରି କହିଛନ୍ତି, ନିର୍ଭୟା କାଣ୍ଡର ୧୨ ବର୍ଷ ପରେ ଅଗଣିତ ଦୁଷ୍କର୍ମ ଘଟଣାକୁ ଏହି ସମାଜ ଭୁଲି ସାରିଛି। ସମାଜରେ ଭୁଲିଯିବାର ଏହି ସାମୁହିକ ଅଭ୍ୟାସ ଘୃଣ୍ୟ ଅଟେ। ଇତିହାସକୁ ସାମ୍ନା କରିବାକୁ ଡରୁଥିବା ସମାଜ ହିଁ ଏଭଳି ସମ୍ବେଦନଶୀଳ ଘଟଣାକୁ ଭୁଲିବାକୁ ସାହାରା ନେଇଥାଏ। ଏବେ ସମୟ ଆସି ଯାଇଛି ଭାରତ ନିଜର ଇତିହାସକୁ ସମ୍ପୂର୍ଣ୍ଣ ଭାବେ ସାମ୍ନା କରୁ। ଆମେ ଏକାଠି ସାମ୍ନା କରିବାକୁ ପଡ଼ିବ। ଯାହାଫଳରେ ରୁଗ୍ଣ ମାନସିକତାକୁ ସମସ୍ତେ ମିଶିକରି ସାମ୍ନା କରିବାକୁ ପଡ଼ିବ। କାରଣ ରୁଗ୍ଣ ମାନସିକାର ଆରମ୍ଭରୁ ଶେଷ କରିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଛନ୍ତି।

Leave A Reply

Your email address will not be published.