ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ଆର୍ଆଇ ଅଫିସର
ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଆଜି ଭିଜିଲାନ୍ସ ଜାଲରେ ବାଲିକୁଦା ତହସିଲ ମଲ୍ଲିକାପୁର ଆର୍ଆଇ ବିଭୁଦତ୍ତ ସାହୁ ପଡିଛନ୍ତି। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଆର୍ଆଇ। ବାଲିକୁଦା ତହସିଲ ମଲ୍ଲିକାପୁର ଆର୍ଆଇ ବିଭୁଦତ୍ତ ସାହୁ ଜମି କିସମ ବଦଳ ପାଇଁ ୫ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି। ଧରାପଡ଼ିବା ପରେ ଭିଜିଲାନ୍ସ ଖୋଳତାଡ଼ କରୁଛି ।