Odisha Link
Bridging the Missing Links in Odisha

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ର ମେଣ୍ଟର ହେଲେ ଜାହିର ଖାନ୍‌, ୨ ଇନ୍‌ ୧ ଭୂମିକାରେ ନଜର ଆସିବେ

ଓଏଲ୍‌ ବ୍ୟୁରୋ: ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌। ଏଲ୍‌ଏସ୍‌ଜିର ମାଲିକ ସଞ୍ଜୀବ ଗୋଏଙ୍କା କୋଲକାତାରେ ସାମ୍ବାଦିକ ସମ୍ମିଳନୀ କରି କରିଛନ୍ତି ବଡ଼ ଘୋଷଣା। ଭାରତୀୟ ଦଳର ପୂର୍ବତନ ଷ୍ଟାର ଖେଳାଳି ଏଲଏସ୍‌ଜିର ନୂଆ ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହିତ କେଏଲ ରାହୁଲଙ୍କୁ ନେଇ ବଡ଼ କଥା କହିଲେ ସଞ୍ଜୀବ। କେଏଲ୍‌ ରାହୁଲ ହେଉଛନ୍ତି ଆମ ପରିବାର ସଦସ୍ୟ।

ଜାହିର ଖାନଙ୍କ ପୂର୍ବରୁ ୨୦୨୨ ମସିହାରେ ଏଲ୍‌ଏସ୍‌ଜିର ମେଣ୍ଟର ଥିଲେ ଗୌତମ ଗମ୍ଭୀର। ୨୦୨୩ ମସିହାରେ ଗମ୍ଭୀର କୋଲକାତା ନାଇଟ ରାଇଡର୍ସ ମେଣ୍ଟର ଭାବେ କାର୍ଯ୍ୟ କରିଥିଲେ। ଗମ୍ଭୀରଙ୍କ ପରଠୁ ଏଲ୍‌ଏସ୍‌ଜିର ମେଣ୍ଟର ପଦବୀ ଖାଲି ପଡ଼ିଥିଲା। ଲକ୍ଷ୍ନୌରେ ବର୍ତ୍ତମାନ ବୋଲିଂ କୋଚ ମଧ୍ୟ ନାହାନ୍ତି। ଟିମ୍‌ର ପୂର୍ବତନ ବୋଲିଂ କୋଚ୍‌ ମନି ମର୍କେଲ ଟିମ୍‌ ଇଣ୍ଡିଆର ବୋଲିଂ କୋଚ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏପରି ସମୟରେ ଜାହିର ଖାନ ମେଣ୍ଟର ସହିତ ବୋଲିଂ କୋଚ୍‌ ପଦବୀ ସମ୍ଭାଳି ପାରନ୍ତି। ଜାହିର ଖାନ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ ନିର୍ଦ୍ଦେଶକ ଥିଲେ।

ଖେଳାଳି ଭାବେ ଜାହିର ଖାନଙ୍କ ପାଖରେ ୧୦୦ଟି ଆଇପିଏଲ ମ୍ୟାଚ ଖେଳିବାର ଅନୁଭବ ରହିଛି। ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୦୦ଟି ମ୍ୟାଚ୍‌ ଖେଳିଛନ୍ତି। ସେ ୧୦୨ଟି ଓ୍ବିକେଟ ନେଇଥିଲେ। ଶେଷଥର ପାଇଁ ୨୦୧୭ ମସିହାରେ ଖେଳିଥିଲେ ଆଇପିଏଲ୍। ବର୍ତ୍ତମାନ ଜାହିର ଖାନ ଲକ୍ଷ୍ନୌର ମୁଖ୍ୟ କୋଚ୍‌ ଜଷ୍ଟିନ ଲଙ୍ଗର ଓ ସହଯୋଗୀ କୋଚ୍‌ ଲାସ କୁଜ୍ଲର ଓ ଆଡାମ ବୋଜେସଙ୍କ ସହ ମିଶି କାମ କରିବେ।

Leave A Reply

Your email address will not be published.