Odisha Link
Bridging the Missing Links in Odisha

‘ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହୋଇନି ବାର୍ଡ ଫ୍ଲୁ’

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟି ଥିଲା ବେଳେ ମଣିଷ ଦେହରେ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଥିବାକୁ ନେଇ ଚର୍ଚ୍ଚା ବଢ଼ିଥିବାଲା। ଆଜି ଏନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ନେଗେଟିଭ ଆସିଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି, ବ୍ୟାପକ ସଚେତନତା କରାଯାଉଛି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ପୂର୍ବରୁ, ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବ୍ୟକ୍ତିଙ୍କୁ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିବା ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ। ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଜଣକ ଜ୍ୱର, କାଶରେ ପୀଡିତ ଥିବାରୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ ବଢିଛି। ତେବେ ରିପୋର୍ଟ ଆସିଲେ ଏନେଇ ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ। ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା।

ସୂଚନା ଅନୁସାରେ, ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡ଼ା ମାରିବା ସହ ଫାର୍ମ ଗୁଡ଼ିକ ସଫା କରି ସାନିଟାଇଜ କରାଯାଉଛି। ଚିହ୍ନଟ ୫୪ ଗୋଟି ଫାର୍ମରୁ ଏବେ ସୁଦ୍ଧା ୫ଟି ଫାର୍ମରେ କୁକୁଡ଼ା ମରା ଯାଇଥିବା ବେଳେ ଆଉ ମାତ୍ର ହାତ ଗଣତି ଫାର୍ମକୁ ଛାଡି ଦେଲେ ଫାର୍ମ ଖାଲି ପଡିଛି। ଖାଲି ପଡିଥିବା ଫାର୍ମ ଗୁଡିକ ସାନିଟାଇଜ କରାଯାଉଛି। ଲୋକଙ୍କୁ ସତର୍କ କରାଇବା ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ବ୍ୟବସ୍ତା କରାଯାଇଛି। ପ୍ରଶାସନ ପକ୍ଷରୁ ସଜାଗ ରହିବା ନିର୍ଦ୍ଦେଶ ଜାରି ହୋଇଥିବାବେଳେ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଘର ଘର ବୁଲି ସତର୍କ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ଡାକ୍ତର, ୨ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ନିୟୋଜିତ କରାଯାଇଛି । ମଙ୍ଗଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହ କରାଯାଇଛି। ଘର ଘର ବୁଲି ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.