ବିଧାନସଭାରେ ହଟ୍ଟଗୋଳ, ପୋଡ଼ିୟମ ତଳେ ବିଜେଡି ସଦସ୍ୟଙ୍କ ପ୍ରତିବାଦ
ଓଏଲ୍ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିବସ। ବିଧାନସଭା ଅଧିବେଶନର ଅଷ୍ଟମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବାବେଳେ କିଛି ସମୟ ପରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।ବିଧାନସଭାରେ ବିଜେଡି ସଦସ୍ୟ ପ୍ରବଳ ହୋହଲ୍ଲା, ନାରାବାଜି କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି। ୩୧୪ ବ୍ଲକରେ ଉନ୍ନୟନ କାମ ଠପ୍ ଅଭିଯୋଗ କରିଛି ବିଜେଡି। ଏହା ଉପରେ କିଏ ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି କି ବିଜେଡି ପ୍ରଶ୍ନ କରିଛି। ମୁଲତବି ନୋଟିସକୁ ବାଚସ୍ପତି ଗ୍ରହଣ କରୁନଥିବା ଅଭିଯୋଗ କରିବା ସହ ମୁଲତବି ଅଗ୍ରାହ୍ୟ ପ୍ରତିବାଦରେ ବିଜେଡି ସଦସ୍ୟ ଗୃହରେ ନାରାବାଜି କରିଛନ୍ତି।