ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି, ବନ୍ଧା ହେଲେ ସିଏଚ୍ଏସ୍ଇ ଅଧିକାରୀ
ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ନୂଆ ସରକାର ଆସିବା ପରେ ପ୍ରତିଦିନ ଦୁର୍ନୀତି ଖୋରଙ୍କ ବିରୋଧରେ ଏକ ପ୍ରକାର ଶକ୍ତ ପଦକ୍ଷେପ ନେଉଛନ୍ତି। ପୁରୁଣା ସରକାର ସମୟରେ ରହିଯାଇଥିବା ଦୁର୍ନୀତି ଖୋର ଅଧିକାରୀଙ୍କୁ ଠାବ କରିବାକୁ ନୂଆ ସରକାର ପ୍ରୟାସ ଚଳାଇଥିବା ଚର୍ଚ୍ଚା ହେଉଛି। କୌଣସି ବିଭାଗରେ ଦୁର୍ନୀତି ବା ସେଭଳି କାରବାରରେ ସମ୍ପୃକ୍ତ ଥିବା ଅଧିକାରୀଙ୍କୁ ନେଇ ଛାନଭିନ କରୁଛି ଭିଜିଲାନ୍ସ ନିର୍ଦ୍ଦେଶାଳୟ।
ଏସବୁ ଭିତରେ ଭିଜିଲାନ୍ସ ଜାଲରେ ପଡିଥିବା ସିଏଚ୍ଏସ୍ଇ ଅଧିକାରୀ ଗିରଫ ହୋଇଛନ୍ତି। ସିଏଚ୍ଏସ୍ଇର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ବିହିଜିଳାନ୍ସ ରେଡ୍ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରିଥିଲାଭିଜିଲାନ୍ସ। ଭୁବନେଶ୍ୱର ଓ ଜଗତସିଂହପୁରର ୩ଟି ସ୍ଥାନରେ ରେଡ୍ କରାଯାଇଥିଲା। କାନନବିହାରର ୪ ମହଲା ଘର ଓ ସାମନ୍ତରାପୁର ଅଫିସ, କେନ୍ଦ୍ରାପଡ଼ା ପୈତୃକ ବାସଭବନରେ ରେଡ୍ କରାଯାଇଥିଲା। ପୁରେନ୍ଦ୍ରଙ୍କ ଠାରୁ ଜବତ ହୋଇଛି ୧୬ଟି ଜମି ପଟ୍ଟା। ୧୦ ହଜାର ବର୍ଗଫୁଟର କୋଠା ମଧ୍ୟ ଠାବ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଛି।