Odisha Link
Bridging the Missing Links in Odisha

ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ

ଓଏଲ୍‌ ବ୍ୟୁରୋ: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଅଫିସ ସାମ୍ନାରେ ଗୁଳି ମାଡ ହୋଇଥିବା ଖବର ସାମ୍ନାକୁ ଆସିଥିଲା। କେହି ଦୁର୍ବୁତ୍ତ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିବା ଜଣାପଡିଛି। ଯାଜପୁର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କୁମାରୀ ସ୍ଥିତ ଅଫିସ ସମୁଖରୁ ଦୁଇଟି ଖୋକା ଜବତ ହୋଇଛି। ଏହା ପରେ ସୁରକ୍ଷା ମାଗିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ସୁରକ୍ଷା ପାଇଁ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଲେ ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିଛନ୍ତି ବିଧାୟକ।

ସୂଚନା ଅନୁସାରେ, ଗତ ଅଗଷ୍ଟ ୨୫ ତାରିଖରେ ଧର୍ମଶାଳା ବିଜେଡିର କିଛି ନେତା ତଥା ଜିଲ୍ଲାପରିଷଦ ଜଳଧର ମହାନ୍ତି ଓ ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ ବିଧାୟକଙ୍କ ଅଫିସ ପାଖକୁ ଆସି ବିଧାୟକଙ୍କ ସମର୍ଥକଙ୍କୁ ଧମକ ଚମକ ଦେବା ସହ ଫାଙ୍କା ଗୁଳି ଚାଳନା କରିଥିବା ବିଧାୟକଙ୍କ ସମର୍ଥକ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ବିଧାୟକଙ୍କ ଅଫିସ ସମୁଖରୁ ଦୁଇଟି ଖୋକା ଜବତ କରିଥିଲା ଧର୍ମଶାଳା ପୁଲିସ। ସେପଟେ ଅଭିଯୋଗକୁ ନେଇ ଜିଲ୍ଲାପରିଷଦ ତଥା ଧର୍ମଶାଳା ବ୍ଲକ ବିଜେଡି ସଭାପତି ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି।

Leave A Reply

Your email address will not be published.