Odisha Link
Bridging the Missing Links in Odisha

ଅବକାରୀ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ, ସାଲିଆ ସାହିରେ ବୁଲିଲା ବୁଲ୍‌ଡୋଜର

ଓଏଲ୍‌ ବ୍ୟୁରୋ: ସାଲିଆସାହି ପାଲଟିଛି ଦେଶୀ ମଦର ହବ୍। ଯେତେ ଚଢ଼ାଉ ହେଉଛି ସେତିକି ମଦ ଭାଟି ଠାବ ହେଉଛି।ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସଲିଆସାହି ମୁଣ୍ଡା ସାହିରେ ରେଡ୍ ବେଳେ ଠାବ ହୋଇଛି ପୁଣି ଏକ ଚୋରା ଦେଶୀ ମଦ ଭାଟି। ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ। ଏଥିସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ପିଡ଼ିଆକୁ ମଧ୍ୟ ନଷ୍ଟ କରିଛି ଅବକାରୀ ବିଭାଗ ସ୍କ୍ୱାଡ୍। ଆଜି ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଇଡ୍‌କୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Leave A Reply

Your email address will not be published.