Odisha Link
Bridging the Missing Links in Odisha

ରାଜଧାନୀରେ ବସ୍‌ରେ ଲାଗିଲା ନିଆଁ, ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ‘ବାଇକ୍‌ ଚାଳକ’

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ବଡ଼ ଅଘଟଣା। ଯାତ୍ରୀଙ୍କୁ ନେଇ ଯାଉଥଇବା ଏକ କ୍ଲଷ୍ଟର ବସ୍‌ ଲାଗିଛି ନିଆଁ। ସମସ୍ତ ଯାତ୍ରୀଙ୍କୁ ଆନନ-ଫାନନ ଜରିଆରେ ବସ୍‌ରୁ ସୁରକ୍ଷିତ ବାହାର କରାଯାଇଛି। ବସ୍‌ରେ ନିଆଁ ଲାଗିବା କାରଣରୁ ଜଗତପୁରୀ, ପ୍ରୀତି ବିହାର ଓ ପପଡ଼ଗଞ୍ଜ ଅଞ୍ଚଳରେ ଭୀଷଣ ଟ୍ରାଫିକ ଜାମ୍‌ ପରିଲିକ୍ଷିତ ହୋଇଛି। ସବୁଠୁ ବଡ଼ କଥା ହେଲା ଜଣେ ବାଇକ୍‌ ଚାଳକ ଯାତ୍ରୀମାନଙ୍କ ପାଇଁ ଦେବଦୂତ ସାଜିଥିଲେ। ବସ୍‌ରେ ନିଆଁ ଲାଗିଥିବାର ସୂଚନା ବାଇକ୍‌ ଚାଳକ ବସ୍‌ ଡ୍ରାଇଭରଙ୍କୁ ଅବଗତ କରାଇଥିଲେ।

ବାଇକ ଚାଳକ ଜଣକ ପ୍ରଥମେ ବସ୍‌ ଡ୍ରାଇଭରଙ୍କୁ ବସ୍‌ରେ ନିଆଁ ଲାଗିଥିବା କଥା କହିଥିଲେ। ପରେ ଡ୍ରାଇଭର ତୁରନ୍ତ ବସ୍‌ଟିକୁ ରଖିବା ସହିତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ କାଢ଼ିଥିଲେ। ବସ୍‌ରେ ଭୀଷଣ ନିଆାଁ ଲାଗିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ସୁଟିଂ କରିଥିବା ବ୍ୟକ୍ତି ଜଣକ ପଳାଅ ପଳାଅ ବୋଲି ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି। ଏଥିସହିତ ବସ୍‌ଟି ନିଆଁ ଗୁଳା ପରି ଜଳୁଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.