ରାଜ୍ୟରେ କମିଛି ଗରିବଙ୍କ ସଂଖ୍ୟା, ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ
ଓଏଲ୍ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିବସ। ବିଧାନସଭା ଅଧିବେଶନର ଅଷ୍ଟମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବାବେଳେ କିଛି ସମୟ ପରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏସବୁ ଭିତରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉତ୍ତର ରଖିଛନ୍ତି।
ସେ କହିଛନ୍ତି, ରାଜ୍ୟରେ ଗରିବ ସୀମାରେଖା ତଳେ ଅଛନ୍ତି ୧୫.୬୮ ପ୍ରତିଶତ ଲୋକ। ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ରାଜ୍ୟରେ ଦାରିଦ୍ର୍ୟ କମିଛି। ଦାରିଦ୍ର୍ୟ ୨୯.୩୫%ରୁ ୧୪ ପ୍ରତିଶତ ହ୍ରାସ ପାଇ ୧୫.୬୮%ରେ ପହଞ୍ଚିଛି। ପ୍ରାୟ ୬୨ ଲକ୍ଷ ୬୦ ହଜାର ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉତ୍ତର ରଖିଛନ୍ତି।