Odisha Link
Bridging the Missing Links in Odisha

ନାଲକୋକୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଓଏଲ୍‌ ବ୍ୟୁରୋ: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ)କୁ କ୍ରୀଡ଼ା ଏବଂ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଯୋଗଦାନ ପାଇଁ ବର୍ଷ ୨୦୨୩ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଲୋକସେବା ଭବନ ଠାରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାଲକୋ ତରଫରୁ ସି.ଏମ୍.ଡି. ଶ୍ରୀଧର ପାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି।

ନାଲକୋ ସର୍ବଦା କ୍ରୀଡ଼ା, କ୍ରୀଡ଼ାବିତ୍, କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ସହଯୋଗ ପ୍ରଦାନ କରିଆସିଛି। ପୁରସ୍କାର ଗ୍ରହଣ କରିବା ପରେ, ନାଲକୋ ସିଏମଡି ଶ୍ରୀଧର ପାତ୍ର ନିଜର କୃତଜ୍ଞତା ବ୍ୟକ୍ତ କରିବା ସହ କହିଛନ୍ତି ଯେ, “ରାଜ୍ୟରେ ତଥା ଜାତୀୟ ସ୍ତରରେ କ୍ରୀଡ଼ା ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପକୁ ସମର୍ଥନ ଏବଂ ପ୍ରୋତ୍ସାହନ ଜାରି ରଖିବା ପାଇଁ ଆମେ ସର୍ବଦା ଚେଷ୍ଟିତ ଏବଂ ଗର୍ବିତ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର କ୍ରୀଡ଼ା ସମୁଦାୟକୁ ସମର୍ଥନ କରିବା ନିମନ୍ତେ ନାଲକୋକୁ ଅଧିକରୁ ଅଧିକ ପ୍ରେରଣା ଯୋଗାଇବ”।

Leave A Reply

Your email address will not be published.