Odisha Link
Bridging the Missing Links in Odisha

ଜାତୀୟ କ୍ରୀଡ଼ା ଓ ସାହସିକତା ପୁରସ୍କାର ଉତ୍ସବ, କ୍ରୀଡ଼ାବିତଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଆମ ଦେଶରେ ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ୧୯୦୫ ଅଗଷ୍ଟ ୨୯ରେ ଜନ୍ମ ହୋଇଥିଲେ। ଆନ୍ତର୍ଜାତିକ ହକିରେ ସେ ବ୍ୟକ୍ତିଗତ ଭାବେ ୪୦୦ରୁ ଅଧିକ ଗୋଲ୍ ଦେଇଥିଲେ। ତାଙ୍କ ନେତୃତ୍ବରେ ଭାରତ ଦଳଗତ ଭାବେ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ମହାନ୍‌ ବ୍ୟକ୍ତିତ୍ବଙ୍କୁ ମନେ ରଖିବା ଲାଗି ୨୦୧୨ ମସିହାରୁ ଦେଶବାସୀ ତାଙ୍କର ଜନ୍ମ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରି ଆସୁଛନ୍ତି।

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିତଙ୍କୁ ସମ୍ମାନ ପ୍ରଦାନ କରାଯାଉଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କ୍ରୀଡ଼ାବିତ ସମ୍ମାନିତ କରିଛନ୍ତି। ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡାବିତ ଜାଫର ଇକବାଲଙ୍କୁ ସମ୍ମାନିତ କରାଯାଇଥିବାବେଳେ ବିଜୟ ଲାକ୍ରା ଶ୍ରେଷ୍ଠ ହକି କୋଚ ଭାବେ ସମ୍ମାନିତ ହୋଇଛନ୍ତି। ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ପୁରସ୍କୃତ କରିବା ସହ ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave A Reply

Your email address will not be published.