Odisha Link
Bridging the Missing Links in Odisha

ଫିଟିବ କଳାଧନର ଗୁମର, ଅପରାଧିକ ମାମଲାର ଖୋଳତାଡ଼ ପାଇଁ ଜାରି ହେଲା ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଏସଆଇଟିର ନବମ ବୈଠକ ଶେଷ ହୋଇଛି। ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଳାଧନ ସମ୍ପର୍କରେ ଆଲୋଚନା ହୋଇ ଥିବାବେଳେ ଅନଲାଇନ ଜୁଆ ଓ ଟ୍ରେଡିଂରେ ହେଉଥିବା କାରବାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏବଂ ଏହି ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି।

କୋର୍ଟରେ ପଡ଼ି ରହିଥିବା ମାମଲାର ଫଇସଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଅପରାଧିକ ମାମଲାରେ ଅର୍ଜିତ ଧନର ଖୋଳତାଡ଼ ହେବ। ଚିଟଫଣ୍ଡ, ଖଣି ଦୁର୍ନୀତି ମାମଲାର ତ୍ଵରାନ୍ବିତ ହେବ। ଅଧିକାରୀଙ୍କ ସହ ଇଡି ନିର୍ଦ୍ଦେଶକଙ୍କ ବୈଠକ ପରେ ସୂଚନା ଦିଆଯାଇଛି। ଏହା ବାଦ ଆଉ ଯେଉଁ କ୍ଷେତ୍ରରେ କଳାଧନ କାରବାର ହେଉଛି ତା ଉପରେ ଆଲୋଚନା ହୋଇଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନିକଟକୁ ରେଡ କରିବାକୁ ଯିବା ସମୟରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମକୁ ନେଇ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ।

ସୂଚନା ଅନୁସାରେ, ଓଡ଼ିଶାରେ ଧରା ପଡ଼ୁଥିବା ଦୁର୍ନୀତି ମଧ୍ୟ ତଦନ୍ତ ପରିସରକୁ ଆସିଛି ବୋଲି ଏସ୍ଆଇଟି ଉପାଧ୍ୟକ୍ଷ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, କଳାଧନ ସମ୍ପର୍କିତ ୮ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦେଇ ସାରିଛୁ। ନବମ ରିପୋର୍ଟ ୧୫ ଦିନ ଭିତରେ ଦିଆଯିବ। ଓଡ଼ିଶାରେ କିଛି ଦିନ ହେବ ଧରା ପଡୁଥିବା ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସରଙ୍କୁ ନଜର ରଖାଯାଇଛି। ଓଡ଼ିଶାରେ ଧରା ପଡ଼ୁଥିବା ଦୁର୍ନୀତି ମଧ୍ୟ ତଦନ୍ତ ପରିସରକୁ ଆସିଛି। କଳା ଧନ ରଖିଥିବା ସରକାରୀ ଅଫିସର ମାନଙ୍କ ଉପରେ ଆଇନ ଅନୁସାରେ ଦଣ୍ଡ ବିଧାନ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.