Odisha Link
Bridging the Missing Links in Odisha

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରବିଆଇ ଗଭର୍ଣ୍ଣର

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ୫ ଦିନିଆ ଓଡ଼ିଶା ଗସ୍ତକୁ ନେଇ ୪ ଦିନିଆ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବା ପରେ କଟକ ଅଭିମୁଖେ ଯାତ୍ର କରିବେ। ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱରର ମେ ଫେୟାର କନଭେନସନ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ୨୦୨୪ରେ ଯୋଗ ଦେବେ। ଏହା ପରେ ସେ କଟକ ପ୍ରତ୍ୟାବର୍ତନ କରିବେ ଭାରତୀୟ। ସେପ୍ଟେମ୍ବର ୧ ତାରିଖରେ ପୁରୀ ଯାଇ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଜଗା ଦର୍ଶନ କରିବେ। ଆସନ୍ତା ୩ ତାରିଖରେ ସେ ମୁମ୍ବାଇ ଫେରିଯିବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

Leave A Reply

Your email address will not be published.