Odisha Link
Bridging the Missing Links in Odisha

ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ ଆରମ୍ଭ, କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

ଓଏଲ୍‌ ବ୍ୟୁରୋ: ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ ଆରମ୍ଭ ହୋଇଛି। ଶଙ୍ଖ ଭବନରେ ସକାଳ ସାଢେ ୯ଟାରୁ ବୈଠକ ଆରମ୍ଭ ହୋଇଥିବାବେଳେ ଦିନ ଦୁଇଟା ପର୍ଯ୍ଯନ୍ତ ବୈଠକ ବସିବ। ଏଥିରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଏବଂ ରାଜ୍ଯ କର୍ମକର୍ତ୍ତା ଉପସ୍ଥିତ ରହିଛନ୍ତି। ଆଉ କିଛି ସମୟ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କାର୍ଯ୍ଯକ୍ରମରେ ଯୋଗଦେଇ ଦିଗଦର୍ଶନ ପ୍ରଦାନ କରିବେ।

ବିଜୁ ଛାତ୍ର ଜନତା ଦଳ କିଭଳି ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବ ସେନେଇ ବିଜେଡି ସୁପ୍ରିମୋ ଗୁରୁମନ୍ତ୍ର ଦେବେ। ବୈଠକରେ ଆଗାମୀ ଦିନର କାର୍ଯ୍ଯକ୍ରମ ଓ ସାଂଗଠନିକ ଖସଡ଼ା ପ୍ରସ୍ତୁତ ହେବ। ବିସିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ତୃଣମୂଳସ୍ତରରୁ ଦଳର ସଂଗଠନ ସୁଦୃଢ କରିବାକୁ ଦିଗରେ ପଦକ୍ଷେପ ନେବାକୁ କାର୍ଯ୍ଯପନ୍ଥା ସ୍ଥିର କରାଯିବ। ବିଜେଡିର ସମସ୍ତ କର୍ମକର୍ତ୍ତା ସମାଜିକ ଗଣମାଧ୍ଯମରେ କିଭଳି ଅଧିକ କ୍ରିୟାଶୀଳ ହେବେ ସେଥିପାଇଁ ଦୃଷ୍ଟି ଦିଆଯିବ ବୋଲି ପୂର୍ବରୁ ସ୍ଥିର ହୋଇଛି।

Leave A Reply

Your email address will not be published.