Odisha Link
Bridging the Missing Links in Odisha

ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା: ଇ-କେୱାଇସି ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଇ-କେୱାଇସିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇ-କେୱାଇସି ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ, ପର୍ଯ୍ୟାପ୍ତ ସମୟ ମିଳିବ। ଚିନ୍ତା କରିବା ଆବଶ୍ୟକ ନାହିଁ, ସର୍ଭେ କେବଳ ମୃତ ଓ ଅଯୋଗ୍ୟଙ୍କ ପାଇଁ। ସାମିଲ ହୋଇଥିବା କେହି ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି। ପରିବାରର କେହି ବାହାରେ ଥିଲେ, ଆରାମରେ ଆସି ଇ-କେୱାଇସି କରିବେ। ସମସ୍ତ ଇ-କେୱାଇସି ଯାଞ୍ଚ ସରିବା ପରେ ଏହି ପ୍ରକ୍ରିୟା ବନ୍ଦ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଥିଲେ। ସେ କହିଥିଲେ, ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ। ଆବେଦନ କରିଥିବା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ। ଇ-କେୱାଇସି ସମ୍ବେଦନଶୀଳ ପ୍ରସଙ୍ଗ, ତେଣୁ ଏହାକୁ ଅପଡେଟ୍ କରିବା ନିହାତି ଆବଶ୍ୟକ। ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି। ଇ-କେୱାଇସି ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ।

Leave A Reply

Your email address will not be published.