Odisha Link
Bridging the Missing Links in Odisha

ରାଜ୍ୟରେ ବଢ଼ୁଛି ବେକାର ଇଞ୍ଜିନିୟରଙ୍କ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ବେକାରୀ ସଂଖ୍ୟା। ବିଶେଷ ଭାବେ ରାଜ୍ୟରେ ବେକାର ଇଞ୍ଜିନିୟରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ରାଜ୍ୟରେ ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂର ଚାହିଦା ଦିନକୁ ଦିନ କମିବାରେ ଲାଗିଛି। ଏନେଇ ଆଜି ଗୃହରେ କହିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ।

ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତର ରଖି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ରାଜ୍ୟରେ ୭୯ ହଜାର ୫୫୮ ଜଣ ଯୁବକ ଓ ଯୁବତୀ ଆଇଟିଆଇ ଓ ଡିପ୍ଲୋମା ଡିଗ୍ରୀ ହାସଲ କରି ଚାକିରି ଅପେକ୍ଷାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୪ ହଜାର ୧୮ ଜଣ ଆଇଟିଆଇ ଏବଂ ୪୩ ହଜାର ୪୬୩ ଜଣ ଡିପ୍ଲୋମା ଡିଗ୍ରୀ କରିଥିବା ଯୁବକ ଯୁବତୀ ଅଛନ୍ତି। ଡିଗ୍ରୀ ହାସଲ ପରେ ଚାକିରି ମିଳୁନଥିବା କହିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.