Odisha Link
Bridging the Missing Links in Odisha

‘୫୬୯୯ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ’

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ନବମ ଦିବସ। ବିଧାନସଭା ଅଧିବେଶନର ନବମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଏସବୁ ଭିତରେ ବିଜେଡି ବିଧାୟକ ଅଶ୍ଵିନୀ ପାତ୍ରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟର ୫୬୯୯ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଅଧିକ ଶିକ୍ଷକ ଅଛନ୍ତି। ସେଥିମଧ୍ୟରୁ ୪୧୮୩ ପ୍ରାଥମିକ ବିଦ୍ୟାଳୟ, ୧୫୧୬ ଉଚ୍ଚପ୍ରାଥମିକ ବିଦ୍ୟାଳୟ। ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବଦଳି ଜିଲ୍ଲାସ୍ତରୀୟ କମିଟି ହାତରେ ରହିଛି। ସେହି ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କମ୍‌ ଶିକ୍ଷକ ଥିବା ସ୍କୁଲକୁ କମିଟି ବଦଳି କରିପାରିବ ବୋଲି ବିଜେଡି ବିଧାୟକ ଅଶ୍ଵିନୀ ପାତ୍ରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.