ବିଜୁ ଛାତ୍ର ଜନତା ଦଳକୁ ନବୀନଙ୍କ ଆହ୍ବାନ, କହିଲେ-ଓଡ଼ିଆ ସ୍ବାଭିମାନ ପାଇଁ କର ସଂଗ୍ରାମ

ଓଏଲ୍ ବ୍ୟୁରୋ: ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ ଶେଷ ହୋଇଛି। ଶଙ୍ଖ ଭବନରେ ସକାଳ ସାଢେ ୯ଟାରୁ ବୈଠକ ଆରମ୍ଭ ହୋଇଥିବାବେଳେ ଦିନ ଦୁଇଟା ପର୍ଯ୍ଯନ୍ତ ବୈଠକ ବସିଥିଲା। ଏଥିରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଏବଂ ରାଜ୍ଯ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକର୍ତାଙ୍କୁ ଦିଗଦର୍ଶନ ପ୍ରଦାନ କରିଛନ୍ତି।
ବିଜୁ ଛାତ୍ର ଜନତା ଦଳ କିଭଳି ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବ ସେନେଇ ବିଜେଡି ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କ ସେବା କର, ଓଡିଆ ସ୍ବାଭିମାନ ପାଇଁ ସଂଗ୍ରାମ କର। ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ଶୁଭେଚ୍ଛା। ଛାତ୍ରମାନେ ହେଉଛନ୍ତି ଭବିଷ୍ୟତର କର୍ଣ୍ଣଧାର। ନିଷ୍ଠାପର କାର୍ଯ୍ୟ, ସଶକ୍ତ ଓଡିଶା ପାଇଁ ପଥ ପ୍ରସ୍ତୁତ କର। ଏକଜୁଟ ହେଇ କାମ କରିବାକୁ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।