Odisha Link
Bridging the Missing Links in Odisha

ଲୋକଙ୍କ ଭଲ ପାଇବା ହିଁ ଆମ ବଳ: ନବୀନ

ଓଏଲ୍‌ ବ୍ୟୁରୋ: ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ ଶେଷ ହୋଇଛି। ଶଙ୍ଖ ଭବନରେ ସକାଳ ସାଢେ ୯ଟାରୁ ବୈଠକ ଆରମ୍ଭ ହୋଇଥିବାବେଳେ ଦିନ ଦୁଇଟା ପର୍ଯ୍ଯନ୍ତ ବୈଠକ ବସିଥିଲା। ଏଥିରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଏବଂ ରାଜ୍ଯ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକର୍ତାଙ୍କୁ ଦିଗଦର୍ଶନ ପ୍ରଦାନ କରିଛନ୍ତି।

ବିଜୁ ଛାତ୍ର ଜନତା ଦଳ କିଭଳି ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବ ସେନେଇ ବିଜେଡି ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କ ସେବା କର, ଓଡିଆ ସ୍ବାଭିମାନ ପାଇଁ ସଂଗ୍ରାମ କର। ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ଶୁଭେଚ୍ଛା। ଛାତ୍ରମାନେ ହେଉଛନ୍ତି ଭବିଷ୍ୟତର କର୍ଣ୍ଣଧାର। ନିଷ୍ଠାପର କାର୍ଯ୍ୟ, ସଶକ୍ତ ଓଡିଶା ପାଇଁ ପଥ ପ୍ରସ୍ତୁତ କର। ଏକଜୁଟ ହେଇ କାମ କରିବାକୁ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ବିଜୁ ଛାତ୍ରଜନତା ଦଳର ସାଂଗଠନିକ ବୈଠକରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଆମର ଆଦର୍ଶ ହେଉଛି ସେବା, ସ୍ବାଭିମାନ, ସଂଗ୍ରାମ ଓ ସଚେତନତା। ଗଣତନ୍ତ୍ରରେ ହାର୍‌ ଜିତ୍‌ ଅଛି। ଗତ ନିର୍ବାଚନରେ ବିଜେଡି ୪୧.୦୨% ଭୋଟ ପାଇଥିଲା। ଭୋଟ ପ୍ରତିଶତ ହିସାବରେ ଆମେ ସବୁଠୁ ଆଗରେ। ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣିତ ହୋଇଛି। ଲୋକଙ୍କ ଭଲ ପାଇବା ହିଁ ଆମ ବଳ। ଗତ ୨୪ ବର୍ଷରେ ଓଡ଼ିଶା ଶିକ୍ଷାର ହବ୍‌ ପାଲଟିଛି।

Leave A Reply

Your email address will not be published.