Odisha Link
Bridging the Missing Links in Odisha

ଗୃହରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ଟି କେନ୍ଦ୍ରୀୟ ବିଦ୍ୟାଳୟ

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ନବମ ଦିବସ। ବିଧାନସଭା ଅଧିବେଶନର ନବମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଏସବୁ ଭିତରେ ଗୃହରେ ଉତ୍ତର ରଖିଛନ୍ତି ରାଜ୍ୟ ସରକାରଙ୍କ କ୍ରୀଡ଼ା, ଉଚ୍ଚଶିକ୍ଷା ତଥା ଭାଷା,ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟବଂଶୀ ସୁରଜ୍। ସେ କହିଛନ୍ତି, ରାଜ୍ୟର ୩ଟି ଜିଲ୍ଲାରେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା ହେବ। ମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଝାରସୁଗୁଡାରେ ସରକାରୀ କଲେଜ ନାହିଁ। ସରକାର ଖୁବଶୀଘ୍ର ଏହି ୩ଟି ଜିଲ୍ଲାରେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା ହେବ।

ଆଗାମୀ ଦିନରେ ବିଭିନ୍ନ ଜିଲାରେ ପ୍ରାୟ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଓଡ଼ିଶା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲାରେ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ଏବଂ ସରକାର ବିଶ୍ୱବିଦ୍ୟାଳୟର ସ୍ବାଧୀନତା ଫେରାଇବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି।

Leave A Reply

Your email address will not be published.