ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି, ବେଳାଭୂମିରେ ଖୋଲିବ ମଦ କ୍ୟାବିନ

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଅବକାରୀ ନୀତି ଲାଗୁ ହେବ। ଯାହା ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଭାଙ୍ଗ, ତାଡି ଓ ପୋଚ ପାଇଁ ବି ନିୟମ ଲାଗୁ ହୋଇଛି।
ସେହିପରି ନୂଆ ଅବକାରୀ ନୀତିରା ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର ଖୋଲିବ ନାହିଁ। କେବଳ ୩ ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ସେହିପରି ଡ୍ୟାନ୍ସ ବାର ଚାଲିବ ନାହିଁ। ଅନ୍ ସପ୍ ମଦ ଦୋକାନରେ ସଙ୍ଗୀତ ଉତ୍ସବ ବା ଓରକେଷ୍ଟା କରିହେବ। ସେଥିପାଇଁ ଅନୁମତି ନେବାକୁ ପଡ଼ିବ।
ସେହିପରି ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର ହେବ। ବିଚ୍ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବାର ଅନୁମତି ପର୍ଯ୍ୟଟନ ବିଭାଗ ଦେବ। ବିଚ୍ ଶ୍ୟାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା ରହିବ। ଯାହା ଓଟିଡିସି ପାଖରେ ପୈଠ କରାଯିବ।