Odisha Link
Bridging the Missing Links in Odisha

‘ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ବିପଦ ସଙ୍କେତ ତଳେ ସମସ୍ତ ନଦୀର ଜଳସ୍ତର’

ଓଏଲ୍‌ ବ୍ୟୁରୋ: ରାଜ୍ୟର ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ହୀରାକୁଦକୁ ୧.୩୦ ଲକ୍ଷ କ୍ୟୁସେକ ଜଳ ପଶୁଛି ୬୦ ହଜାର ବାହାରୁଛି। କାଲି ଖଇରମାଳରେ ୨ ଲକ୍ଷରୁ ଅଢ଼େଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ବ୍ରାହ୍ମଣୀରେ ବନ୍ୟାଜଳ କମୁଛି, ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି ବୋଲି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି କହିଛନ୍ତି।

ଅନ୍ୟପଟେ, ଆଜି ହୀରାକୁଦ ଜଳସ୍ତର ବୃଦ୍ଧି ପାଇଥିବାରୁ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଛି। ବର୍ତ୍ତମାନ ୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପୂର୍ବରୁ ମାତ୍ର ୨ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାବେଳେ ଏବେ ୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

Leave A Reply

Your email address will not be published.