Odisha Link
Bridging the Missing Links in Odisha

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଭାରତକୁ ମିଳିଲା ତୃତୀୟ ପଦକ, ପ୍ରଥମ ଆଥଲେଟ୍‌ ଭାବେ ଇତିହାସ ରଚିଲେ ପ୍ରୀତି

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ଦ୍ବିତୀୟ ଦିନରେ କମାଲ କରିଛନ୍ତି ଭାରତୀୟ ପାରା ଖେଳାଳି। ପ୍ରଥମେ ସୁଟିଂରେ ଭାରତକୁ ଦୁଇଟି ପଦକ ମିଳିଥିଲା ବେଳେ ପାରା ଆଥେଲଟ୍‌ ପ୍ରୀତି ପଲ ୧୦୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ୧୦୦ ମିଟର ଟି୩୫ ଇଭେଣ୍ଟରେ ଭାରତର ପ୍ରଥମ ପାରା ଆଥଲେଟ୍‌ ଭାବେ ପଦକ ହାସଲ କରିଛନ୍ତି ପ୍ରୀତି ପାଲ। ପ୍ରୀତି ୧୪.୨୧ ସେକେଣ୍ଡରେ ୧୦୦ ମିଟର ଦୂରତା ପୂରଣ କରିଥିଲେ। ସେ ତୃତୀୟ ସ୍ଥାନରେ ରହିଥିଲେ।

ଆଜି ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗରେ ଅବନୀ ଲେଖରା ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଅବନି ଲେଖାର ପାରାଲିମ୍ପିକ୍ସରେ ରେକର୍ଡକରିବା ସହିତ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଏହି ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ମୋନା ଅଗ୍ରଓ୍ବାଲ। ଦୁଇଟି ପଦକ ସହିତ ପାରାଲିମ୍ପିକ୍ସରେ ଖାତା ଖୋଲିଛି ଭାରତ। ଭାରତ ନାମରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ପ୍ୟାରିସ୍‌ ପାରାଲିମ୍ପିକ୍ସର ପଦକ ତାଲିକାରେ ୧୦ମ ସ୍ଥାନରେ ରହିଛି ଭାରତ।

ଭାରତର ଅବନୀ ଲେଖାର ୨୪୯.୭ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କୋରିଆର ଲି ୨୪୬.୮ ପଏଣ୍ଟ ପାଇ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ମୋନା ଅଗ୍ରଓ୍ବାଲ ୨୨୮ ପଏଣ୍ଟ ହାତେଇବା ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅବନି ଲେଖର କ୍ବାଲିଫିକେଶନ୍‌ ରାଉଣ୍ଡରେ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ୫ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ ମୋନା।

Leave A Reply

Your email address will not be published.