Odisha Link
Bridging the Missing Links in Odisha

ବହିଷ୍କାର କଲା ବିଜେଡି, ଗିରଫ ହେଲେ ସସ୍ମିତା ମାଝୀ

ଓଏଲ୍‌ ବ୍ୟୁରୋ: ବିଜେଡିରୁ ବିଦା ହୋଇଥିବା ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଗିରଫ ହୋଇଛନ୍ତି। ୨ ଦିନ ତଳେ ଠକେଇ ଅଭିଯୋଗ ପରେ ବିଜେଡିରୁ ଜିଲ୍ଲା ପରିଷଦ ସଭ୍ୟା ବିଦା ହୋଇଥିଲେ। ମାଲକାନଗିରି ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ବହିଷ୍କୃତ ହୋଇଥିଲେ। ସସ୍ମିତାଙ୍କ ନାଁରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ ଥିଲା। ଏହା ପରେ ତାଙ୍କୁ ବହିଷ୍କୃତ କରାଯାଇଥିଲା। ତେବେ ଆଜି ଜଗତସିଂହପୁରରୁ ମାଥିଲି ପୁଲିସ ସସ୍ମିତାଙ୍କୁ ଗିରଫ କରିଛି।

Leave A Reply

Your email address will not be published.