Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର, ସୁନାରେ ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ଓଏଲ୍‌ ବ୍ୟୁରୋ: ଆଜି ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ୨୦୨୪-୨୦୨୫ ଆର୍ଥିକ ବର୍ଷର ଶ୍ରୀମନ୍ଦିର ବଜେଟ ଆଗତ କରାଯାଇଛି। ଏହା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ମିଳିଥିବା ଅନୁମୋଦନକୁ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଏସ୍‌ଆଇ ମରାମତି କାର୍ଯ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟି ଅନୁମୋଦନ ଦେଇଛି।

 

Leave A Reply

Your email address will not be published.