Odisha Link
Bridging the Missing Links in Odisha

ମଦ୍ୟପଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି ? ଚର୍ଚ୍ଚାରେ ବିଧାୟକଙ୍କ ପ୍ରଶ୍ନ

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ରୋଚକ ପ୍ରଶ୍ନ କରି ଚର୍ଚ୍ଚାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ମଦୁଆଙ୍କ ସ୍ବାସ୍ଥ୍ୟବୀମା ପ୍ରସଙ୍ଗ ଉଠାଇଛନ୍ତି ସନାତନ। ଶନିବାର ଗୃହରେ ସନାତନ ମହାକୁଡ଼ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ? ଯଦି ହଁ, ତେବେ ଏହା କେବେଠୁ କାର୍ଯ୍ୟକାରୀ ହେବ। ଏଥିସହିତ ରାଜ୍ୟର ମଦ୍ୟପମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ବୀମାଭୁକ୍ତ ଓ ସ୍ବାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି ବୋଲି ପ୍ରଶ୍ନ କରିଥିଲେ ସନାତନ ମହାକୁଡ଼।

ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସମ୍ପୂର୍ଣ୍ଣ ନିଶା ନିବାରଣ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଏଥିସହିତ ରାଜ୍ୟର ମଦ୍ୟପମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ବୀମାଭୁକ୍ତ ଓ ସ୍ବାସ୍ଥ୍ୟବୀମା ଭୁକ୍ତ କରିବାର କୌଣସି ବ୍ୟବସ୍ଥା ନାହିଁ।

Leave A Reply

Your email address will not be published.